ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ, ସେଥିପାଇଁ ସାପ୍ତାହିକ ହାଟ ରେ ପ୍ରବଳ ଭିଡ଼ ହୋଇଥିଲା। ନୂଆ ଚୁଡ଼ା, ଧାନ, ତଥା ପନିପରିବା, କୁକୁଡ଼ା ଭଳି ଜିନିଷ କିଣିବା ପାଇଁ ଗାଁ ଗହଳି ରୁ ଲୋକ ଆସି କିଣାକିଣି କରିଥିଲେ। ସକାଳ ୭ ଟାରୁ ୧୧ ଟା ଯାଏଁ ପ୍ରବଳ ଭିଡ଼ ହୋଇଥିଲା, ଯେଉଁଥିରେ କି ରେଳୱେ ଫାଟକ ରୁ ଭୂତଳ ପୋଲ, ତଥା ଫାଟକ ର ଏ ପାଖ ରୁ ସେପାଖ ଯେମିତି କି ସହର ଭିତରକୁ ଯିବାକୁ ବହୁତ୍ ସମୟ ଲାଗିଥିଲା, ଗାଡି ଯାମ୍ ତଥା ଚାଲି ଯିବା ଲୋକ ବି ରହି ଯାଇଥିଲେ, ଫାଟକ ରୁ ଭୂତଳ ପୋଲ ଟିକେ ଓସାରିଆ କରିଦେଲେ ଏହି ଭିଡ଼ ଆଉ ହୁଅନ୍ତା ନାହିଁ, ଆଜି ଭୂତଳ ପୋଲ କାର୍ଯ୍ୟକ୍ଷମ ପାଇଁ ନିଶ୍ଚିତ ଭାବରେ ବେଶୀ ହଇରାଣ ହେବାକୁ ପଡ଼ିଲାଣି, ଭିଡ଼ ପାଇଁ ମୁଖ୍ୟତଃ ଉଠା ଦୋକାନୀ ମାନଙ୍କ ରାସ୍ତା ଉପରକୁ ପସରା ମେଲାଇବା, ତଥା ଲୋକ ବି ଟ୍ରାଫିକ ନ ମାନି ଯିଏ ଜୁଆ ଡେ ପାରିଲା ଗାଡି ପୁରେଇବା ହିଁ ଏହି ସମସ୍ୟା ର ମୁଣ୍ଡ ବ୍ୟଥା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ଏ ଦିଗରେ ପ୍ରଶାସନ ଏବଂ ପୈାର ପରିଷଦ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।
#ODISHATIMES#TITLAGARH#NUAKHAI,
0 Comments